ରାଜ୍ୟରେ କରୋନା ନେଲା ଆଉ ୧୬ ମୁଣ୍ଡ

0 78

ଭୁବନେଶ୍ୱର ୧୬।୦୨: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ ରହିଥିବା ବେଳେ ଭଦ୍ରକ, କଟକ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀର ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି।

Leave A Reply

Your email address will not be published.