ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି

0 75

ଭୁବନେଶ୍ବର ୧୭।୨: ରାଜଧାନୀରେ ମାତିଛନ୍ତି ପଲସର ଲୁଟେରା ଗ୍ୟାଙ୍ଗ୍ । ଭୁବନେଶ୍ବର ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ମହିଳାଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା । ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି । ମନ୍ଦିରରୁ ଘରକୁ ଫେରୁଥିବା ସମୟରେ ଏହି ଲୁଟ୍ ହୋଇଛି । ଲୁଟେରାଙ୍କ ଆକ୍ରମଣରେ ମହିଳା ଆହତ ହୋଇଛନ୍ତି । ଏ ନେଇ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.