ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ

0 71

ଭୁବନେଶ୍ବର ୧୮।୨: ରାଜ୍ୟରେ ଶୁକ୍ରବାରଠୁ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ନାଇଟ୍ କର୍ଫ୍ୟୁ ହଟିବା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା । ରାତି ୧୦ରୁ ସକାଳ ୫ଟା ଯାଏଁ ଚାଲିଥିଲା ନାଇଟ୍ କର୍ଫ୍ୟୁ ।

Leave A Reply

Your email address will not be published.