ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0 76

କୋରାପୁଟ : ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଆଜି ଚଢ଼ାଉ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମନୋଜଙ୍କ ସୁନାବେଡ଼ା ସ୍ଥିତ ଘର ଓ କାର୍ଯ୍ୟାଳୟ, ଗଜପତି ଜିଲ୍ଲା ବି .ସୀତାପୁରରେ ଥିବା ସମ୍ପକୀୟ ଘର, ବ୍ରହ୍ମପୁରର ଗଜପତି ନଗର ୪ର୍ଥ ଲାଇନ ଥିବା ନିଜ ଘର, ଭୁବନେଶ୍ୱରର ପୋଖରୀପୁଟରେ ଥିବା ଆପାଟମେଣ୍ଟ୍ ସମେତ ୬ଟି ସ୍ଥାନରେ ଚଢ଼ାଉ  କରାଯାଇଛି। ଭିଜିଲାନ୍ସ ବିଭାଗର ୫ଜଣ ଡିଏସପି, ୮ଜଣ ଇନ୍ପପେକ୍ଟର  ଓ ଅନ୍ୟ ଭିଜିଲାନ୍ସ  କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସ୍ ବୁକ, ନଗଦ ଟଙ୍କା, ସୁନା ଅଳଙ୍କାର ଓ  ବୀମା ନଥିପତ୍ର  ଜବତ କରାଯାଇଛି।  ମନୋଜଙ୍କର ଏକାଧିକ ସ୍ଥାନରେ ଘର ଥିବା ଜଣାପଡ଼ିଛି। ମନୋଜ ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ  ୬ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ମନୋଜଙ୍କୁ ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।

Leave A Reply

Your email address will not be published.