ରାସ୍ତାରୁ ମିଳିଲା ବାଲାଟ୍ ବାକ୍ସ

0 84

ଜଗତସିଂହପୁର ୧୯।୨: ଶୁକ୍ରବାର ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ସେହି ଭୋଟ୍ ବାକ୍ସ ଶନିବାର କୁଳ ପଟସରା ୩ନଂ ବୁଥ୍ ନିକଟ ଏକ ଧାନ କଳଘର ସମ୍ମୁଖରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଭୋଟ୍ ବାକ୍ସ କେମିତି ଏଠାକୁ ଆସିଲା ଏବଂ କିଏ ଏହାକୁ ଆଣିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ତନାଘନା ଜାରି ରହିଛି ।

Leave A Reply

Your email address will not be published.