ଟ୍ରକ୍‌କୁ ଧକ୍କା ଦେଲା ବସ୍, ୩୦ ଆହତ

0 76

ରାୟଗଡ଼ା ୧୯।୨: ଟ୍ରକ୍‌କୁ ଧକ୍କା ଦେଲା ବସ୍ । ୩୦ ଶ୍ରମିକ ଆହତ । ଆହତ ଶ୍ରମିକମାନେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ବସ୍ ଟି ରାୟଗଡା ଜିଲ୍ଲାରୁ ତାମିଲନାଡୁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ପାଇଡିଭୀମାବରମ ଗ୍ରାମ ନିକଟ ଜାତୀୟ ରାଜପଥରେ ଟ୍ରକ୍ କୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣା ଫଳରେ ୩୦ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ୍ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.