ଆର୍.ଉଦୟଗିରି ସର୍ଗିସାହି ଓ ନୂଆଗାଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

0 63


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ତ୍ରିସତରୀୟ ପଞ୍ଚାୟତ ନିର୍ବଚନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆର୍.ଉଦୟଗିରି ବ୍ଲକର ସର୍ଗିସାହି ଓ ନୂଆଗାଁ ଗ୍ରାମବାସୀଙ୍କ ବ୍ୟତୀତ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି । ସୂଚନାନୁଯାୟୀ ଏହି ଦୁଇ ଗୋଟି ଗ୍ରାମ ପୂର୍ବରୁ ଛେଲାଗଡ ପଞ୍ଚାୟତ ଅଧିନରେ ଥିଲା । କିନ୍ତୁ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧ।।ରଣ କରାଯାଇଥିଲା । ଫଳରେ ଏହି ଦୁଇ ଗ୍ରାମ ନୂତନ ଭାବେ ଗଠିତ ତାବାରାଗୁଡା ପଞ୍ଚାୟତରେ ରହିଥିଲା । ଏହାକୁ ବିରୋଧ କରି ଏଠାକାର ଲୋକେ ୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ବର୍ଜନ କରିଛନ୍ତି । ସେମାନଙ୍କ ଦାବିି ସବୁ ସ୍ତରରେ ଉପସ୍ଥାପନ କରିଥିଲେ ମଧ୍ୟ କେହି ହେଲେ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏନେଇ ହାଇକୋର୍ଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ସେମାନେ କୌଣସି ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.