ରାଜ୍ୟରେ ୨୪ ଘଣ୍ଟାରେ ୩୮୮ କୋଭିଡ୍ ପଜିଟିଭ୍ ଚିହ୍ନଟ

0 65

ଭୁବନେଶ୍ୱର ୨୧।୦୨ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୮୬୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୩ ଜଣ,ଗଜପତିରୁ ୩୦ ଜଣ, ସମ୍ବଲପୁରରୁ ୨୪ ଜଣ, ଯାଜପୁରରୁ ୨୩ଜଣ, କଟକରୁ ୨୧ ଜଣ, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, ଅନୁଗୁଳ, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଁଏ, କୋରାପୁଟରୁ ୧୨ ଜଣ, ବାଲେଶ୍ବର ଓ ଢ଼େଙ୍କାନାଳ ଜିଲ୍ଲାରୁ ୧୧ ଜଣ ଲେଖାଁଏ, ବରଗଡ଼ରୁ ୯ ଜଣ,କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୮ ଜଣ ଲେଖାଁଏ, ବଲାଙ୍ଗୀରର ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୭ ଜଣ ଲେଖାଁଏ, ଭଦ୍ରକ ଓ ଦେବଗଡ଼ ଜିଲ୍ଲାରୁ ୫ ଜଣ ଲେଖାଁଏ,କନ୍ଧମାଳରୁ ୪ ଜଣ, ବୌଦ୍ଧ,କଳାହାଣ୍ଡି, ମାଲକାନଗିରି ଓ ପୁରୀ ଜିଳ୍ଲାରୁ ୩ ଜଣ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୩ ଜଣ ଆକ୍ରାନ୍ତ ରହିଛନ୍ତି।

Leave A Reply

Your email address will not be published.