ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଡମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ

0 68

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବ ନିର୍ବାଚନ ।  ଏହି ଅଞ୍ଚଳ ପୂର୍ବରୁ ମାଓବାଦୀଙ୍କ ଗଡ଼ ଥିବା ଯୋଗୁ ସେହି ଅଞ୍ଚଳରେ ନିର୍ବାଚନ ହେଉନଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ହେବାକୁ ଯାଉଛି ନିର୍ବାଚନ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ବିଏସଏଫ , ଡିଭିଏଫ ତରଫରୁ ପ୍ରତିଦିନ ଘନ ଘନ କମ୍ବିଙ୍ଗ କରାଯାଉଛି  । ତେବେ  ଗତ କାଲି ଜବାନ ମାନଙ୍କ ତରଫରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତ ର ନଦମେଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ କରୁଥିବା ବେଳେ ମାଓବାଦୀଙ୍କ ଦ୍ବାରା ପୋତା ହୋଇଥିବା  ବିପୁଳ ପରିମାଣର ମାଓ ସାମଗ୍ରୀ ଜବାନ ମାନେ ଜବତ କରିଥିଲେ।  ଟିଫିନ ବୋମା , ପ୍ରେସର ବୋମା , କଡେ଼କ୍ସ ତାର ,  ଡିଟନେଟର , ବ୍ୟାନର , ବ୍ୟାଟେରୀ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସ୍ ପି ନୀତିଶ ୱାଧ୍ୟାନି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ତେବେ ଗତ ୨୪ ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ହେବ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ  ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.