ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

0 70

ଦିନ ୧୧ଟା ସୁଦ୍ଧା ୩୬% ରୁ ଅଧିକ ମତଦାନ

ଭୁବନେଶ୍ୱର :  ଓଡ଼ିଶା ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ଚତୁର୍ଥ ପର୍ଯ୍ୟାୟ ରେ ଭୋଟ ଗ୍ରହଣ କରାଯାଉଛି। ଅପରାହ୍ନ ୧ଟା ଯାଏଁ ମତଦାନ ଜାରି ରହିବ । ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ମତଦାତା ଭୋଟ ଦେଉଛନ୍ତି। ଏହି ପର୍ଯ୍ୟାୟ ରେ ମୋଟ ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୨୫୪ଟି ଗ୍ରାମପଞ୍ଚାୟତରେ ମତଦାତାମାନେ ମତଦାନ କରୁଛନ୍ତି । । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.