ଯୁବକଙ୍କୁ ନିର୍ମମ ହତ୍ୟା

0 60

ପାରଳାଖେମୁଣ୍ଡି : ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି-ଅନ୍ତର୍ବା ଯିବା ରାସ୍ତାର ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂର ଏକ ମକା ବାଡରେ ଜଣେ ଅଜଣା ଯୁବକଙ୍କୁ କିଛି ଦୁବୁର୍ତ୍ତ ହାତକୁ ପେଣ୍ଟ ବେଲ୍ଚ, ଗୋଡ଼କୁ ବୁଟର ଲେସ(ଦଉଡ଼ି) ଓ ମୁହଁକୁ କପଡାରେ ଘୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗୁରୁବାର ଦିନ ଏହି ଘଟଣା ଘଟିଛି। ଯୁବକ ଜଣକ ଭୂମିରେ ମୁହଁ ମାଡି ପଡିରହିଥିବା ଦେଖି କିଛି ସ୍ଥାନୀୟ ଲୋକ ଚନ୍ଦ୍ରଗିରି ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତ ଯୁବକଙ୍କର ପରିଚୟ ମିଳିନାହିଁ। ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଯୁବକଙ୍କର ହେଲମେଟ ଓ ଏକ କପଡା ବ୍ୟାଗ ପଡ଼ିରହିଥିବା ଦେଖିବାକୁ ମିଳିଛି। ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି।ପଞ୍ଚାୟତ ନିର୍ବାଚନ ସରୁ ସରୁ ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରଗିରି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave A Reply

Your email address will not be published.