ଧର୍ଷଣ ଅଭିଯୋଗ, ଅଡବା ଥାନାରେ ଲିଖିତ ଏତଲା ଦେଲେ ପୀଢିତା

0 68

ପାରଳାଖେମୁଣ୍ଡି, ୭ା୩ : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନାରେ ଜଣେ ନାବାଳିକାଙ୍କୁ ୫ବର୍ଷରୁ ଉର୍ଦ୍ଧ ସମୟ ଧରି ବାରମ୍ବାର ଧର୍ଷଣ କରାଯାଉଥିବାର ଅଭିଯୋଗ ହୋଇଛି । ବର୍ତ୍ତମାନ ନାବାଳିକା ଜଣକଙ୍କୁ ୧୯ବର୍ଷ ଅତିକ୍ରାନ୍ତ ହୋଇସାରିଥିବାର ଜଣାପଡିଛି । ଲିଖିତ ଅଭିଯୋଗ ଅନୁଯାୟୀ ଯେତେବେଳେ ସେ ନାବାଳିକା ଅର୍ଥାତ ୧୪ବର୍ଷ ବୟସ୍କର ଏବଂ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ସେହି ସମୟରେ ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମର ବିଘ୍ନେଶ୍ୱର ପାତ୍ର (୩୫) ବୟସ୍କ ଯୁବକ ଜଣକ ଏକ ମୋଟର ସାଇକେଲ ଯୋଗେ ଆସି ବଳପୂର୍ବକ ବସିବାକୁ କହିଥିଲେ । ନଚେତ ଗୁଳିକରି ମାରିଦେବି ବୋଲି ଧମକ ଦେଇ ବସିବାକୁ ବାଧ୍ୟ କରିଥିଲେ । ଏହାପରେ ଯୁବକ ଜଣକ ଜଙ୍ଗଲକୁ ନେଇ ଧର୍ଷଣ କରିବା ପରେ ଏହି ବିଷୟରେ ପରିବାର ବର୍ଗ କିମ୍ବା କାହାକୁ କହିଲେ ହତ୍ୟା ଧମକ ଦେଇଥିଲେ । ବନ୍ଧୁକରେ ଗୁଳି କରିଦେବି ବୋଲି କହି ବାରମ୍ବାର ଧର୍ଷଣ କରିଚାଲିଥିଲେ । ଇତି ମଧ୍ୟରେ ଗର୍ଭବତୀ ହୋଇଯାଇଥିବା ଯୋଗୁଁ ସେ ଔଷଦ ଖୁଆ ଗର୍ଭନଷ୍ଟ କରିଦେଇଥିଲେ ବୋଲି ଜଣାଇଛନ୍ତି । ଏହାପରେ ନାବାଳିକାଙ୍କ ପରିବାର ବର୍ଗ ଜାଣିବା ପରେ ନାବାଳିକାଙ୍କୁ ସମାଜରେ ଅପମାନ ଭୟରେ ପାରଳାଖେମୁଣ୍ଡି ସହର ନିକଟସ୍ଥ ବୁଗୁଡା ଗ୍ରାମ ଠାରେ ରହୁଥିବା ମାମୁଁଙ୍କ ଘରକୁ ପଠାଇ ଦେଇଥିଲେ । ଏପରି ପ୍ରାୟ ୫ବର୍ଷ ବିତିଯାଇଥିଲା । ଚଳିତ ମାସ ମାର୍ଚ୍ଚ ୧ ଶିବରାତ୍ର ଉପଲକ୍ଷେ ଝିଅଟି ନିଜ ଗ୍ରାମକୁ ଯାଇଥିଲେ । ଶିବରାତ୍ର ଉଜାଗର ଲାଗି ରାତ୍ର ୯ଘଣ୍ଟା ସମୟରେ ଝିଅ ଜଣକ ମନ୍ଦିର ଦର୍ଶନକୁ ଗଲା ବେଳେ ବିଘ୍ନେଶ୍ୱର ବାଟଓଗାଳି ବଳପୂର୍ବକ ଟେକି ନେଇ ଧର୍ଷଣ କରି ତହିଁ ପରଦିନ ପୋଖରୀକୁ ଗାଧୋଇବାକୁ ଯିବା ବେଳେ ବନ୍ଧୁକ ଦେଖାଇ ପୁଣି ଧର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି କ୍ରମେ ପ୍ରାଣ ବିକଳରେ ଦୈଡି ଦୈଡି ଯାଇ ସମସ୍ତ ଘଟଣା ବାପା ମାଙ୍କୁ ଜଣାଇଥିଲେ । ଏହାପରେ ଉକ୍ତ ଘଟଣାକୁ ଗ୍ରାମ ବୈଠକ ମାଧ୍ୟମରେ ସମାଧାନ କରିବା ପାଇଁ ଅନୁରୋଧକରିଥିଲେ ହେଁ ତାହା ବିଫଳ ହେବାରୁ ଆଜି ବାଧ୍ୟ ହୋଇ ଅଡବା ପୋଲିସର ଦ୍ୱାରସ୍ଥ ହୋଇଥିବାର ଜଣାଇଛନ୍ତି । ଘଟଣା ସମ୍ପର୍କେ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର କହିଛନ୍ତି ଯେ, ଲିଖିତ ଅଭିଯୋଗ ପାଇଛୁ, ଆବଶ୍ୟକୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.