କ୍ୟାପିଟାଲ୍‌ ହସ୍ପିଟାଲରେ ଉତ୍ତେଜନା

0 163

ଭୁବନେଶ୍ୱର ୦୯।୦୩ : କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ନାହାନ୍ତି ଡାକ୍ତର। ଏଥିପାଇଁ ଅନେକ ସମସ୍ୟାରୁ ସମ୍ମୁଖୀନ ହେଉଛନ୍ତି ରୋଗୀ। ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପରେ  ହସ୍ପିଟାଲ ପକ୍ଷରୁ ଡାକ୍ତର ନଥିବା ଜଣା ଯାଉଛି। ଆଉ ଏଥିପାଇଁ ଆଜି କିଛି ସମୟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଉତେଜନା ଦେଖିବାକୁ ମିଳିଥିଲା। ଟିକେଟ ନପାଇବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଅନ୍ୟପଟେ  କ୍ୟାପିଟାଲ ହସ୍ପିଟାଲର ନ୍ୟୁରୋଲୋଜି ଡାକ୍ତର ନଥିବାରି ସପ୍ତାହକୁ ୩ ଦିନେ ଏସସିବିରୁ ଡାକ୍ତର ଆସୁଛନ୍ତି। ଲୋକଙ୍କ ସଂଖ୍ୟା ଅଧିକଥିବାରୁ ଦିନକୁ ୪୦ ଜଣଙ୍କୁ ଚିକିତ୍ସା ସମ୍ଭବପର ହେଉଛି। ଅନ୍ୟମାନଙ୍କୁ ପୁଣି ଅଲଗା ଦିନରେ ଆସିବ ପାଇଁ କୁହାଯାଉଥିବା ହସ୍ପିଟାଲ ସୁପେରିଟେଣ୍ଡେନ୍ତ କହିଛନ୍ତି। ଓପିଡ଼ି ପାଇଁ ନ୍ୟୁରୋଲୋଜି ଡାକ୍ତର ନଥିବାରୁ ସମସ୍ୟା ହେଉଛି। ତେବେ ନ୍ୟୁରୋଲୋଜି ଡାକ୍ତର କଟକ ଏସସିବିରୁ ଆସୁଥିବାରୁ ସପ୍ତାହକୁ ୩ ଦିନ ସୋମବାର, ବୁଧବାର, ଓ ଶୁକ୍ରବାର ହିଁ ଆସୁଛନ୍ତି ଡାକ୍ତର। ଏପଟେ ଡାକ୍ତର ନ ଆସୁଥିଲେ ମଧ୍ୟ ଲୋକଙ୍କୁ ଅବଗତ କରାଯାଉନାହିଁ। ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପରେ କୁହାଯାଉଛି ଡାକ୍ତର ନାହାଁନ୍ତି। ଆଜି ବୁଧବାର ଥିବାରୁ ଅନେକ ନ୍ୟୁରୋଲୋଜି ରୋଗୀ ଆସିଥିଲେ ,  ହେଲେ ଟିକେଟ ମିଳିନଥିବାରୁ କିଛି ସମୟ ପାଇଁ ଧାରଣାରେ ବସିଥିଲେ ରୋଗୀ। ରାଜଧାନୀରେ ଥାଇ ମଧ୍ୟ ଡାକ୍ତର ନଥିବାକୁ ନିନ୍ଦା କରିଛନ୍ତି ଲୋକେ। ତେବେ ତୁରନ୍ତ ଏଠାରେ ସ୍ଥାୟୀ ଡାକ୍ତର ଦେବା ପାଇଁ ଦାବି ହୋଇଛି।

Leave A Reply

Your email address will not be published.