ଓଡ଼ିଶା କନିଷ୍ଠ ଟେନିସ୍ ବଲ୍ ଦଳରେ ଭଦ୍ରକ ଜିଲ୍ଲାରୁ ୫ ଜଣ ସାମିଲ

0 138

ଭଦ୍ରକ : ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍ ବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲ୍ଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତିି । ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗିତା ବିହାରର ଦରଭଙ୍ଗା ଜିଲ୍ଲା ଠାରେ ଅନୁଷ୍ଠିତ ହେଉଅଛି । ଭଦ୍ରକ ଜିଲ୍ଲାରୁ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ହେଲେ ରୌନକ କୁମାର ମିଶ୍ର, ଚନ୍ଦନ ପାତ୍ର, ତୁଷାର ମାଇତି, ଲକ୍ଷ୍ମୀଧର ମହାରଣା, ଆଦିତ୍ୟ ନାୟକ । ଭଦ୍ରକ ଜିଲ୍ଲା ଟେନିସ୍ ବଲ ସଂଘର ସମ୍ପାଦକ ଦେବବ୍ରତ ଜେନା, ସଭାପତି ଜ୍ଞାନେନ୍ଦ୍ର ମହାନ୍ତି, ଉପସଭାପତି ମନୋଜ ଦାସ, କୋଷାଧ୍ୟକ୍ଷ ସାହିଦ୍ ଖାନ୍, କ୍ରୀଡା ପ୍ରଶିକ୍ଷକ ମନୋଜ କୁମାର ସାହୁ ଖେଳାଳିଙ୍କ ସଫଳତା କାମନା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.