ଜଟଣୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

0 64

ଭୁବନେଶ୍ବର ୧୦।୦୩ : ବ୍ରାଉନସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାର୍‌ବାର ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଏସ୍‌ଟିଏଫ୍‌ ଟିମ୍‌ ଜଟଣୀ ରାଜାବଜାରରେ ଚଢାଇ କରିଥିଲା । ଏହି ଚଢାଉରେ ପ୍ରାୟ ୧ କେଜି ୩୨୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଏହାସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଏବଂ ଗୋଟିଏ ପଲସର୍‌ ବାଇକ୍ ଜବତ ହୋଇଛି । ସେହିପରି ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ୩ ଜଣ ହେଲେ ଜଟଣୀ ରାଜାବଜାର ଗଜପତିନଗରର ସେକ୍‌ ସମୀର ଏବଂ ସୟଦ୍‌ ଇମ୍‌ତିୟାଜ୍  ଏବଂ ପୁରୀ ଡେଲାଙ୍ଗ ହରିରାଜପୁରର ରତି ରଞ୍ଜନ ରାଉତରାୟ ବୋଲି ଜଣାପଡିଛି ।

Leave A Reply

Your email address will not be published.