ଜଳିଗଲା ଅମାଜନ ପର୍ଶଲ୍ ବୋଝେଇ କଣ୍ଟେନର

0 68

କଟକ : କଟକ ଶିଖରପୁରରେ ଦୁର୍ଘଟଣା। ଘଟଣା ସ୍ଥଳରେ ଜଳିଗଲା ଅମାଜନ ପର୍ଶଲ୍ ବୋଝେଇ କଣ୍ଟେନର ସହ ଆଉ ଏକ ଗାଡ଼ି। କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ସ୍ଥଳରେ ଚଉଳିଆଗଞ୍ଜ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ  ଆୟତ୍ତ କରୁଛି।  ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ ବୋଲେରୋକୁ ଘନ କୁହୁଡିରେ ଦେଖି ନ ପାରି ଏହି କଣ୍ଟେନର ଡିଭାଇଡରରେ ପିଟି ହୋଇ ନିଆଁ ଲାଗିଯାଇଥିଲା ।ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା  ଜଣାପଡିଛି ।

Leave A Reply

Your email address will not be published.