ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା

0 153

ପାରଳାଖେମୁଣ୍ଡି, ୧୦|୩  : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ  ପ୍ରତଯୋଗୀତା ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ  କୁମାର ନାୟକ ଙ୍କ ନିର୍ଦେଶ କ୍ରମେ  ଓ ଶିକ୍ଷକ ଶିକ୍ଷା  ନିର୍ଦେଶାଳୟ  ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି  କାର୍ଯ୍ୟକ୍ରମକୁ ଗଜପତି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ  ଡ଼. ମୁର୍ମୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ   ଆୟୋଜିତ  ପ୍ରତିଯୋଗିତା ର ଉଧେଶ୍ୟ ଜ୍ଞାପନ କରି  ଏହା ଏକ ବିଷୟ ଭିତିକ ଲୋକ ନୂତ୍ୟ ପ୍ରତିଯୋଗିତା  ଯାହା ମାଧ୍ୟମରେ ପୁଅ ଓ ଝିଅ ମାନଂକର ସମାନ ଅଧିକାର, ଅବହେଳିତ ବୃଦ୍ଧା ମାନଂକୁ ସମାନ ଦେବା ଓ ଯତ୍ନ ନେବା, ପରିବେଶ କୁ ସୁରକ୍ଷିତ ରଖିବା,ନିଶା ସେବନ ର କୁପ୍ରଭାବ  ଭଳି ବିଭିନ୍ନ ବିଷୟରେ ବାର୍ତ୍ତା ପ୍ରେରଣ କରିବା ପାଇଁ ଉପଯୁକ୍ତ ପ୍ରୟାସ ବୋଲି କହିଥିଲେ  l ଡ଼. ମୁର୍ମୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ବିଶିଷ୍ଟ ସଂଗୀତକର ଗୁରୁ ରଘୁନାଥ ପାତ୍ର  ବିଚାରକ ଭାବେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ରେ ଜିଲ୍ଲା ର 9ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଓ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗଦେଇଥିଲେ ସେମାନଙ୍କ ମଦ୍ୟରୁ ସରକାରୀ    ଉଚ୍ଚ ବିଦ୍ୟାଳୟ, ସେରଙ୍ଗ, ଗୁମ୍ମା   ର  ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଛନ୍ତି  l ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ର  ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ  ସମ୍ମାନିତ ଅତିଥି   ଭାବେ ଯୋଗଦେଇଥିବା ବେଳେ ହରିହର ଦାସ  ସ୍ୱାଗତ ଭାଷଣ ଦେବା ସଙ୍ଗେ  ଧନ୍ୟବାଦ  ଦେଇଥିଲେ l ଏହି  ପ୍ରତିଯୋଗିତା କୁ ବିଦ୍ୟାଳୟ ର  ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନା କରିଥିଲେ l

Leave A Reply

Your email address will not be published.