ମହିଳା ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁ

0 52

ଜଗତସିଂହପୁର : ପାରାଦୀପ ମେଡିକାଲରେ ଜଣେ କାର୍ଯ୍ୟରତ ମହିଳା ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା । ନର୍ସ ନିବେଦିତା ଜେନା ଗତ ୮ ମାସ ହେବ ମେଡିକାଲରେ ଜଣେ ନର୍ସ ସ୍ମୃତିରେଖା ନାୟକଙ୍କୁ ଡଃ ବାଦଲ ସିଂ କରିଥିବା ଅଶାଳୀନ ବ୍ୟବହାରରେ ସେ କରିଥିବା ଅଭିଯୋଗକୁ ସମର୍ଥନ ଦେଇ ଆସୁଥିଲେ । ବନ୍ଦର ପ୍ରଶାସନିକ ବିଭାଗର ତଦନ୍ତର ସମୁଖୀନ ହୋଇ ଆସୁଥିଲେ  । ଏଥିପାଇଁ  ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଓ ଅଭିଯୋଗକୁ ସମର୍ଥନ ନକରିବା ପାଇଁ ତାଗିଦ୍ ମଧ୍ଯ କରା ଯାଉଥିଲା  । ଏଥିପାଇଁ ନିବେଦିତାଙ୍କୁ ଦୁଇ ଦୁଇ ଥର ମେମୋ ନୋଟିସ କରାଯାଇଥିବା ଓ ତୁରନ୍ତ ଆମ୍ଭମାନଙ୍କୁ ନ୍ୟାୟ ଦେବାକୁ ସେ ଦାବି କରି ଆସୁଥିଲେ । ଗତକାଲି ମେଡିକାଲ ଡ୍ୟୁଟିରେ ଥିବା ବେଳେ କିଭଳି ଭାବେ ଆମ୍ବୁଲାନ୍ସ ଯୋଗେ ନିବେଦିତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ନିଆଗଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ହେଲା ତାହାକୁ ନେଇ ଉଠିଛି ବିବାଦ  । ପରିବାର ଲୋକ ନିବେଦିତା ତାଙ୍କ ସାଥି ନର୍ସଙ୍କ ଘଟଣାରେ ସାକ୍ଷୀ ଥିଲେ ବୋଲି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପାରାଦୀପ୍ ମେଡିକାଲ ଆଗରେ ଶବ ରଖି ଧାରଣାରେ ବସିଛନ୍ତି  ।

Leave A Reply

Your email address will not be published.