ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 64

ଭଦ୍ରକ – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ର ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ଅନୁଷ୍ଠିତ ୨୮ ତମ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ୧୧ ଷ୍ଟାର ଯାଜପୁର ଚାମ୍ପିଅନ ହୋଇଛି । ମଞ୍ଜୁରୀରୋଡ ମହାବୀର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜେ.ସି.ସି. ଭଦ୍ରକ ଓ ୧୧ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜେ.ସି.ସି. ଭଦ୍ରକ ଦଳ ଟସ ଜିଣି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା । ଆକାଶ ମହାପାତ୍ର ୫୬ ରନ, ହରସିଦ ରାଠୋର ୪୮ ରନ ଓ ଜିତେନ୍ଦ୍ର ଭୋଇ ୪୬ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ଚନ୍ଦନ ନାୟକ ୪ ଓଭରରେ ୩୯ ରନ ଦେଇ ୫ ଉଇକେଟ, ନୌତମ ଭଞ୍ଜ ୪ ଓଭରରେ ୨୫ ରନ ଦେଇ ୧ଉଇକେଟ ଓ ମୁଜାଫିର ଅଲ୍ଲୀ ଖାନ ୩ ଓଭରରେ ୬୩ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ଜବାବରେ ୧୧ଷ୍ଟାର ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୯୧ ରନ କରି ଚାମ୍ପିଅନ ହୋଇଥିଲା । ଚନ୍ଦନ ନାୟକ ୬୭ ରନ, ସତ୍ୟଜିତ ଗିରି ୩୭ ରନ ଓ ନୌତମ ଭଞ୍ଜ ୩୬ ରନ ସ୍କୋର କରିଥିଲେ । ବିପକ୍ଷ ବୋଲର ସତ୍ୟକାନ୍ତ ଭରଦ୍ୱାଜ ୪ ଓଭରରେ ୩୨ ରନ ଦେଇ ୨ ଉଇକେଟ ଓ ହରସିଦ ରାଠୋର ୪ ଓଭରରେ ୨୨ ରନ ସହ ୧ ଉଇକେଟ ହାସଲ କରିଥିଲେ । ଜେ.ସି.ସି. ଭଦ୍ରକ ଦଳର ବ୍ୟାଟ୍ସମ୍ୟାନ ଜିତେନ୍ଦ୍ର କୁମାର ଭୋଇ ମ୍ୟାନ ଅଫ ଦି ସିରିଜ ଓ କିଶାନ ମନୋହର ମହାନ୍ତ ବେଷ୍ଟ ଫିଲଡର, ଚାମ୍ପିଅନ ଦଳର ଚନ୍ଦନ ନାୟକ ମ୍ୟାନ ଅଫ ଦି ମ୍ୟାଚ ଓ ବେଷ୍ଟ ଅଲରାଉଣ୍ଡର ବିବେଚିତ ହୋଇଥିଲେ । ଜି.ଏମ.ମେଡିସିନି ପକ୍ଷରୁ ସୁଶାନ୍ତ କୁମାର ସ୍ୱାଇଁ ଅତିଥି ଭାବେ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । କାଳନ୍ଦି ଚନ୍ଦ୍ର ପଣ୍ଡା ଓ ସଞ୍ଜୟ ଶତପଥି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ମାନସ ପଣ୍ଡା, ସନ୍ତୋଷ ଖଣ୍ଡାଇ ଓ ଅଜୟ ବାରିକ ସ୍କୋରର, ଏବଂ ପ୍ରଦୀପ ଜେନା, ଯଶୋବନ୍ତ ସାମଲ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଶଶଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ôସବରେ ନବରଙ୍ଗପୁର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ମୁଖ୍ୟଅତିଥି, ଶାଳଣିଆ ମେଡିକାଲ ଅଫିସର ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ମଞ୍ଜୁରୀରୋଡ ମେଡିକାଲ ଅଫିସର ଡାକ୍ତର ରଶ୍ମିରଞ୍ଜନ ସାହୁ, ସାନଶାସନ ସମିତି ସଭ୍ୟ ସନ୍ତୋଷ ମହାପାତ୍ର, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ସାହୁ, ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ବରହମପୁର ମାଇନିଂ ଇଂ ଅମୀୟ କୁମାର ପାଢୀ, ଓଡିଶା ପ୍ରଗତୀ ଦଳ ରାଜ୍ୟ ସଭାପତି ଉତ୍କଳ କେଶରୀ ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ଆୟୋଜକ କ୍ଲବ ସଭାପତି ଗୋପିନାଥ ନାୟକ ଓ ସମ୍ପାଦକ ତଥା ସମାଜସେବୀ ଧନେଶ୍ୱର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.