କାର ଦୁର୍ଘଟଣାରେ ବଙ୍ଗୀୟ ପରିବାରର ମହିଳାଙ୍କ ମୃତ୍ୟୁ, ୪ ଜଣ ଗୁରୁତର

0 72

ପାରଳାଖେମୁଣ୍ଡି, ୧୫|୩ : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର ଏକ ବୁଲାଣୀ ରାସ୍ତାରେ ଥିବା ନଦୀ ନିକଟ ରାସ୍ତାର ପ୍ରାୟ ୬୦ଫୁଟ ତଳକୁ ଖସିପଡିବା ଫଳରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି | ଘଟଣାରୁ ପ୍ରକାଶ ଯେ, କଲିକତାରେ ରହୁଥିବା ଏକ ପରିବାର  ରାୟଗଡ ଜିଲ୍ଲାର ଟିକିରିରେ କାମ କରୁଥିବା ପୁଅଙ୍କ ନିକଟକୁ ବାହାରିଥିଲେ | ଏଥିଲାଗି ସେମାନେ ଟିକିରି ଅଭିମୁଖେ ଯାଉଥିଲେ । ହେଲେ ଖାରିଗୁଡା ଗ୍ରାମର ଏକ ବୁଲାଣୀଆ ରାସ୍ତାରେଥିବା କରିଆକଚାନଦୀ ଉପରେ କୌଣସି କାରଣରୁ ଭାରସାମ୍ୟ ହରାଇ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଫଳରେ ସେଥିରେ ଯାତ୍ରା କରୁଥିବା କଲିକତାର ଦତ୍ତ ପରିବାରର ଜଣେ ମହିଳା ଚିତରତ ଦତ୍ତ (୬୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ଅନ୍ୟ୪ଜଣ ଇଶ୍ମତା ଦତ୍ତ (୩୩), ଶିଶୁ  ଅରଖି ଦତ୍ତ (୦୩) ଜୟତସନ ଦତ୍ତ (୭୩) ଓ କିରଜିତ ଦତ୍ତ (୩୫) ଗୁରୁତ ଆହତ ହୋଇଥିବାର ଜଣାପଡିଛି | ଆହତ ମାନଙ୍କୁ ବିରିକୋଟ ମେଡିକାଲରେ ଭର୍ତ୍ତି କରାଯାଇ ଥିବା ବେଳେ  ଘଟଣା ସ୍ଥଳେ ଅଡବା ପୋଲିସ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି |

Leave A Reply

Your email address will not be published.