ସାଇବର ଠକ ଗିରଫ

0 61

କଟକ ୨୦.୩  : ସାଧାରଣ ଲୋକ ମାନଙ୍କୁ ଫୋନ କରି ଠକେଇ କରୁଥିବା   ଅଭିଯୋଗରେ  ଜଣେ ସାଇବର ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ  ବାଲେଶ୍ବରର ଦୀପକ ଦାସ । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ଲକ୍ଷ ଟଙ୍କା, ୧୧ ଟି ମୋବାଇଲ ଫୋନ, ୧୦୦ ରୁ ଉର୍ଦ୍ଧ୍ବ  ବିଭିନ୍ନ କମ୍ପାନୀ ର ସିମ୍ କାର୍ଡ଼ ସାଇବର ଥାନା ପୋଲିସ ଜବତ କରିଛି । ଅଭିଯୁକ୍ତ ଜଣ ଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ସାଇବର ଠକେଇ କରୁଥିବା ଜଣା ପିଡିଛି।  ବାଲେଶ୍ବରର ଦୀପକ ଦାସ ଗତ ୨୮ ତାରିଖରେ କଟକର ଜଣେ ବ୍ୟକ୍ତିଙ୍କୁ ଫୋନ କରି  ସିମ୍ ବନ୍ଦ ହୋଇଯିବ ବୋଲି କହିବା ସହ  ଦୁଇଟି ଆପ ଡାଉନଲୋଡ କରିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସେହି ଆପ ଦୁଇଟି ଡାଉନଲୋଡ୍ କରିବା ପରେ ତାଙ୍କ ଆକାଉଣ୍ଟ ରୁ ୪ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଗାଏବ ହୋଇଯାଇଥିଲା । ତେବେ ବ୍ୟକ୍ତି ଜଣଙ୍କ ସାଇବର ଠକାମିର ଶିକାର ହୋଇଥିବା ଜାଣିବା ପରେ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଇବର ଥାନା ପୋଲିସ ଘଟଣା ର ତଦନ୍ତ କରି  ଅଭିଯୁକ୍ତ ଙ୍କୁ ଗିରଫ କରିଛି।

Leave A Reply

Your email address will not be published.