ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0 66

ଭଦ୍ରକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ବୈତରଣୀ କେନାଲ ଡିଭିଜନର ଶାଳପଡ଼ା ଅଫିସରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଉମେଶଙ୍କ କେନ୍ଦୁଝର ସ୍ଥିତ ଶାଳପଡ଼ା ଅଫିସ ଓ ଇରିଗେସନ କଲୋନିରେ ଥିବା କ୍ୱାର୍ଟର୍ସ, କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ ମଠସାହିରେ ଥିବା ଶ୍ୱଶୁର ଘର, ଭଦ୍ରକର ଅପର୍ତ୍ତିବିନ୍ଧାରେ ସ୍ତ୍ରୀଙ୍କ ନାଁରେ ଥିବା ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଶ୍ୟାମ ଏନକ୍ଲେଭରେ ଥିବା ଫ୍ଲାଟ, ଖୋର୍ଦ୍ଧା ବାଲିଅନ୍ତା ଅଞ୍ଚଳରେ ଥିବା ପ୍ଲଟ୍, କେନ୍ଦୁଝର ଆନନ୍ଦପୁରର ଶୁଡୁଶୁଡ଼ିଆରେ ଥିବା ପ୍ଲଟ ଉପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ବେଳେ ଭଦ୍ରକର ଅପର୍ତ୍ତିବିନ୍ଧା ଘରୁ ୫୦ ହଜାର ଟଙ୍କା ଓ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୫ ଇନ୍ସପେକ୍ଟର, ୩ ଏଏସ୍ଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୮ଟି ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି। ଉମେଶ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌ ତଦନ୍ତ କରି ତାଙ୍କ ଘରେ ଚଢ଼ଉ କରିଥିଲା।

Leave A Reply

Your email address will not be published.