ରାଜଧାନୀରୁ ମିଳିଲା ୫ ନର କଙ୍କାଳ

0 69

ଭୁବନେଶ୍ୱର ୨୩।୦୩ : ରାଜଧାନୀରୁ ମିଳିଲା ୫ ନର କଙ୍କାଳ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ୫ନର କଙ୍କାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ଦିନ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୫ଟି ନରକଙ୍କାଳକୁ ଠାବ କରିଛି ପୋଲିସ । ତେବେ ଏତେ ପରିମାଣର ନରକଙ୍କାଳ କେମିତି ଆସିଲା ? କିଏ ଆଣି ପୋତିଲା ? ନା ଏହା ପଛରେ ଆଉ କଣ କାରଣ ? ଏପରି ଅନେକ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Leave A Reply

Your email address will not be published.