ଛାତ୍ରାବାସରେ ଅଗ୍ନିକାଣ୍ଡ

0 114

ଭଦ୍ରକ ୨୩.୦୩ : ଭଦ୍ରକର କଲେଜ ଛକ ପାଖରେ ଥିବା ସିଦ୍ଧାର୍ଥ ମେସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଏହି ମେସରେ ୨୦ ଜଣ ଛାତ୍ର ରହୁଥିଲେ । ଅଗ୍ନିକାଣ୍ଡ ଦ୍ୱାରା ମେସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କିନ୍ତୁ ଏଠାରେ ରହୁଥିବା ସମସ୍ତ ୨୦ ଜଣ ଛାତ୍ରଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ଖବର ଅନୁଯାୟୀ, ଦିନ ୧୨ଟା ସମୟରେ ରୋଷେଇ କରିବା ସମୟରେ ରନ୍ଧନ ଗ୍ୟାସରୁ ଏପରି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏହି ନିଆଁ ଲାଗିବା ଦେଖି ସେଠାରେ ଥିବା ସମସ୍ତ ଛାତ୍ର ମେସ ବାହାରକୁ ଚାଲି ଆସିଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗିବା ଦ୍ୱାରା ମେସରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଏହାଦ୍ୱାରା ମେସରେ ଥିବା ୧୪ ବଖରା ଘର ଜଳି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

Leave A Reply

Your email address will not be published.