ତାଇୱାନର ରାଜଧାନୀ ତାଇପେରରେ ଭୂକମ୍ପ ଝଟକା

0 114

ତାଇପେ : ତାଇୱାନର ରାଜଧାନୀ ତାଇପେର ନିକଟରେ ଭାରତୀୟ ସମୟାନୁସାରେ ବିଳମ୍ବିତ ରାତି ୧୧ ଟା ୧୧ ମିନିଟରେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନାନୁଯାୟୀ, ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ୩୦ କିଲୋମିଟର ଗଭୀର ତାଇପେରୁ ୧୮୨ କିଲୋମିଟର ଦକ୍ଷିଣରେ ଥିଲା।ଏଥିରେ କୌଣସି ମୃତ୍ୟୁ ଓ ଧନଜୀବନହାନୀ ହୋଇଥିବା ନେଇ ଏଯାଏଁ କୌଣସି ସୂଚନା ମିଳି ନାହିଁ।
ସେହିପରି ମଙ୍ଗଳବାର ଦିନ ମଧ୍ୟ ଫ୍ରେଞ୍ଚ ଗୁୟାନାର କେୟେନ ସହରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଏନସିଏସ ଭୂକମ୍ପ ହୋଇଥିବ। ନେଇ ସୂଚନା ଦେଇଥିଲା। ଫ୍ରେଞ୍ଚ ଗୁୟାନାରେ ହୋଇଥିବା ଭୂକମ୍ପ ଭାରତୀୟ ସମୟାନୁସାରେ ରାତି ୧୦ଟା୦୫ରେ ଅନୁଭବ ହୋଇଥିଲା। ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀର ଓ ଫ୍ରେଞ୍ଚ ଗୁୟାନାରୁ ୧୧୪ କିଲୋମିଟର ପୂର୍ବୋତ୍ତର କେୟେନରେ ଥିଲା।

Leave A Reply

Your email address will not be published.