ନାଇଟ୍ କ୍ଲବରେ ବିସ୍ଫୋରଣ, ୩୧ ଗୁରୁତର

0 62

ନୂଆଦିଲ୍ଲୀ ୦୩.୦୪: ଆଜାରବୈଜାନର ରାଜଧାନୀ ବାକୁରେ ଏକ ନାଇଟ୍ କ୍ଲବରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ଆଜାରବୈଜାନ ଗୃହ ମନ୍ତ୍ରାଳୟର ମୁଖପାତ୍ର ଏହସାନ ଜାହିଦୋବ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ରିପୋର୍ଟ ଅନୁସାରେ, ହଠାତ ନାଇଟ୍ କ୍ଲବରେ ବିସ୍ଫୋରଣ ହୋଇଥିଲା । ଫଳରେ କ୍ଲବରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିସ୍ଫୋରଣ ପରେ ଲୋକେ ଭୟଭୀତ ହୋଇ ପଡୁଥିବା ଦେଖିବାକୁ ମିଳିଛି । ଅନେକ ଏଣେତେଣେ ଦୌଡିବାରେ ଲାଗିଛନ୍ତି । ଆଜାରବୈଜାନ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ସ୍ଥିତି ନିୟନ୍ତ୍ରଣରେ ରହିଛି । ନାଗରିକଙ୍କୁ ସେହି ସବୁ ସ୍ଥାନକୁ ଯିବାକୁ ମନା କରାଯାଇଛି । ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.