ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 69

କଟକ ୦୫।୦୪ : ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ । କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ପରେ SCBକୁ ନିଆଯାଇଥିଲା ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଫେଜ୍- ୨ ପୋଲିସର ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସୁରଭି ପାଞ୍ଚାଲ । ତାଙ୍କ ଘର ହରିୟାନାରେ ବୋଲି ଜଣାପଡିଛି । ସୁରଭିଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଲ ୟୁନିଭରସିଟିରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପ୍ରଶାସନିକ ବିଲଡିଂ ଆଗରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଵୁଝାସୁଝା କରୁଛନ୍ତି ।

Leave A Reply

Your email address will not be published.