କୁବେର ସହକାରୀ ଯନ୍ତ୍ରୀଙ୍କ ଦ୍ବିତୀୟ ପତ୍ନୀ ଗିରଫ

0 67

ଭୁବନେଶ୍ୱର ୦୯.୦୪: କୁବେର ଯନ୍ତ୍ରୀଙ୍କ ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ବାନ୍ଧିଲା ଭିଜିଲାନ୍ସ ଟିମ୍‌। ଭଞ୍ଜନଗର କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ବିତୀୟ ପତ୍ନୀ ଗିରଫ। ପୂର୍ବରୁ କଳ୍ପନାଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଭଉଣୀଙ୍କ ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଥିଲା । କ୍ଷୁଦ୍ର ଜଳସେତଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ପୂର୍ବରୁ ହୋଇଥିଲେ ଗିରଫ । ତାଙ୍କୁ ୩ ଦିନିଆ ରିମାଣ୍ଡ ଆଣି ଅଧିକ ପଚରା ଉଚାର କରିବା ଭିଜିଲାନ୍ସ ଟିମ୍। ସୂଚନାଯୋଗ୍ୟ ଯେ, ଶୁକ୍ରବାର କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଘରୁ ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି ତାଙ୍କ ଶାଳୀଙ୍କ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏଥିରେ ୩୫୪ ଗ୍ରାମ୍ ସୁନା ଥିବା ସୂଚନା ମିଳିଛି । ଏବେ ଯାଏଁ ପ୍ରାୟ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି ଭିଜିଲାନ୍ସ । ଜବତ ସଂପତ୍ତି ଭିତରେ ନଗଦ ଟଙ୍କା ସହିତ ସୁନା ଗହଣା, ଏକାଧିକ ଘର ଓ ପ୍ଲଟ୍ ସାମିଲ ଅଛି। ତେବେ ତାଙ୍କର ଏତିକି ସମ୍ପତ୍ତି ଅଛି । ନା ଆଗକୁ ଆହୁରି ଅନେକ ଗୁପ୍ତ ତଥ୍ୟର ସୂଚନା ମିଳିବ ସେନେଇ ଅଧିକ ଖୋଲତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ ।

Leave A Reply

Your email address will not be published.