କଳା ପଲସର ଆତଙ୍କ: ସୁନା ଚେନ ଝାମ୍ପି ନେଲେ ଲୁଟେରା

0 69

ଭୁବନେଶ୍ୱର ୧୩।୦୪ : ରାଜଧାନୀରେ କଳା ପଲସର ଆତଙ୍କ । ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ପଛରୁ ଆସି ସୁନା ଚେନ ଝାମ୍ପି ନେଲେ ଲୁଟେରା । ସ୍କୁଟିରୁ ପଡି ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲକୁ ନିଜ ଝିଅକୁ ଛାଡିବାକୁ ଯାଇଥିଲେ । ସେଠାରେ ଝିଅକୁ ଛାଡି ଫେରୁଥିବା ସମୟରେ ହଠାତ୍‌ ୨ଜଣ ପଲସର ଆସି ସୁନା ଚେନ୍‌ ଝାମ୍ପିନେଇଛନ୍ତି । ଏହି ସମୟରେ ମହିଳା ଜଣଙ୍କ ସ୍କୁଟିରୁ ପଡି ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି । ସେପଟେ ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପିରିକି ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।

Leave A Reply

Your email address will not be published.