୨ ଟଙ୍କା ବଢ଼ିଲା ଓମ୍‌ଫେଡ ମୂଲ୍ୟ

0 75

ଭୁବନେଶ୍ୱର ୧୯.୦୪: ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ବଢିବ ୨ ଟଙ୍କା । ଆସନ୍ତା ୨୧ ତାରିଖରୁ ଲାଗୁ ହେବ ଏହି ବର୍ଦ୍ଧିତ ଦର । ଏବେ ବଜାରରେ ମିଳୁଥିବା ୫୦୦ ମିଲିର ଓମଫେଡ୍‌ ପ୍ୟାକେଟ୍‌ ୨୩ଟଙ୍କାରେ ବିକ୍ରି ହେଉଛି । ଏହା ବଢ଼ି ୨୪ଟଙ୍କା ହୋଇଯିବ । ଓମଫେଡ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ୍‌ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛି । ଓମ୍‌ଫେଡ ଗୋଲ୍ଡ ଓ ଓମ୍‌ଫେଡ୍‌ ପ୍ରିମିୟମ୍‌ ୫୦୦ମିଲିକୁ ୨୪ଟଙ୍କା ଓ ଓମ୍‌ଫେଡ୍‌ ଟୋନ୍‌ଡ ୫୦୦ମିଲି ୨୧ ଟଙ୍କା ହେବ । ତେବେ ଇନ୍‌ପୁଟ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ କ୍ଷୀରର କିଣା ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.