୫୦ଟଙ୍କା ବଢିଲା ଏଲ୍‌ପିଜି ସିଲିଣ୍ଡର ଦାମ୍

0 69

ନୂଆଦିଲ୍ଲୀ ୭।୫: ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ । ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଛି । ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦର ଶନିବାରଠାରୁ ସାରା ଦେଶରେ ଲାଗୁ ହୋଇଯିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଘରୋଇ ଏଲପିଜି ଗ୍ୟାସ୍ ଦର ମାର୍ଚ୍ଚ ୨୨ ତାରିଖରେ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ହୋଇଥିଲା । ଫଳରେ ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ଏସପିଜି ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ହୋଇଯାଇଥିଲା । ପୁଣି ଥରେ ଦାମ୍ ବଢିବା ଯୋଗୁଁ ଦିଲ୍ଲୀରେ ଏବେ ଘରୋଇ ଏସପିଜି ସିଲିଣ୍ଡରର ମୂଲ୍ୟ ୯୯୯.୫୦ ଟଙ୍କା ହୋଇଯାଇଛି । ପେଟ୍ରୋଲିୟମ୍ ଉଦ୍ୟୋଗର ପ୍ରାଥମିକ ଆକଳନ ଅନୁଯାୟୀ, ଅପ୍ରେଲରେ ଏଲପିଜି ବ୍ୟବହାର ମାସକୁ ୯.୧ ପ୍ରତିଶତ ହ୍ରାସ ପାଇ ୨୨ ଲକ୍ଷ ଟନ୍ ରହିଥିଲା । ଯାହା ଅପ୍ରେଲ ୨୦୨୧ ତୁଳନାରେ ୫.୧ ପ୍ରତିଶତ ଅଧିକ । ମାର୍ଚ୍ଚ ପୂର୍ବରୁ ଘରୋଇ ଏଲପିଜି ମୂଲ୍ୟ ଗତବର୍ଷ ୬ ଅକ୍ଟୋବରରେ ପରିବର୍ତ୍ତନ କରାଯାଇଥିଲା । ମେ’ ୧ରେ ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରିଥିଲେ । ବ୍ୟବସାୟିକ ଏଲପିଜି ସିଲିଣ୍ଡର ୧୦୨.୫୦ ଟଙ୍କା ମହଙ୍ଗା ହୋଇଥିଲା । ନୂଆ ମୂଲ୍ୟ ଲାଗୁ ହେବା ପରେ ଦିଲ୍ଲୀରେ ମେ’ ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୨୫୩ରୁ ବୃଦ୍ଧି ପାଇ ୨୩୫୫ ଟଙ୍କା ହୋଇଛି ।

Leave A Reply

Your email address will not be published.