ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

0 70

ଭୁବନେଶ୍ୱର ୯/୦୫/୨୦୨୨ : ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ । ସୂଚନା ଥାଉକି, ଆସନ୍ତା ମେ ୩୧ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଗତ ଡିସେମ୍ବର ୩୦ ତାରିଖ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିଲା ଆସନ । ଗତକାଲି ବିଜେପି ପକ୍ଷରୁ ଘୋଷଣା ହୋଇଥିଲା ପ୍ରାର୍ଥୀ । ବିଜେପିରୁ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନି । ତଥାପି କିଶୋର ପଟେଲଙ୍କ ଦଳୀୟ ପ୍ରାର୍ଥୀ କରିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.