କଟକର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲା ଅଗ୍ନିଶମ ବିଭାଗ

0 66


ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ 30 ଜଣଙ୍କ ମୃତ୍ୟୁ ଓ ସଂଖ୍ୟାଧିକ ଲୋକଙ୍କ ଆହତ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ନଜର ରଖି ସତର୍କ ହୋଇଛି ଓଡିଶା ଅଗ୍ନିଶମ ବିଭାଗ । ରାଜ୍ୟରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ ଶିକ୍ଷାନୁଷ୍ଠାନ ଭଳି ବହୁ କୋଠାଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଏନେଇ କଟକର ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚି ସେଠାରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବା ସହ ଅଗ୍ନି ନିରାପତ୍ତା ସମ୍ପର୍କିତ ବିଭିନ୍ନ ଉପକରଣକୁ ଯାଞ୍ଚ କରିଛନ୍ତି ।ହସ୍ପିଟାଲ କର୍ମଚାରୀଙ୍କ ଅଭିଜ୍ଞତାକୁ ମଧ୍ୟ ପରଖିଛି ଟିମ । ଅନ୍ୟପଟେ ଯଦି କୌଣସି ସ୍ଥାନରେ ଖିଲାପି ନଜର ଆସେ ତେବେ ସେ ସମ୍ପର୍କରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିସାରି ଥିବାବେଳେ ଏହି ଯାଞ୍ଚକୁ ସ୍ୱାଗତ କରିଛନ୍ତି ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷ । ଦିଲ୍ଲୀ ଘଟଣା ପରେ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟବ୍ୟାପି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ମୁତାବକ ରାଜ୍ୟର ବିଭିନ୍ନ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ Dଶିକ୍ଷାନୁଷ୍ଠାନଗୁଡିକରେ ଓଡିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ 2017 କିଭଳି ପାଳନ ହେଉଛି ତାହା ଯାଞ୍ଚ କରିବାକୁ କୁହାଯାଇଛି ।ଏହାସହ ବିଭିନ୍ନ ସହରର ପ୍ରମୁଖ ବଜାର, ହାଟ ଭଳି ନିୟମିତ ଗହଳି ହେଉଥିବା ସ୍ଥାନରେ ଯାଞ୍ଚ ମଧ୍ୟ କରାଯିବ । ସମସ୍ତ ରେଞ୍ଜ ଅଗ୍ନିଶମ ଅଧିକାରୀ, ଅତିରିକ୍ତ ଓ ଉପଅଗ୍ନିଶମ ଅଧିକାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ ଯାଞ୍ଚ କରିବେ । ଯଦି କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସାମାନ୍ୟ ଢିଲାପଣ ଦେଖିବାକୁ ମିଳେ ତୁରନ୍ତ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.