ରାଜଧାନୀରେ ଫୁଟିଲା ବୋମା

0 70

ଭୁବନେଶ୍ବର ୨୦।୦୫ : ରାଜଧାନୀରେ ଫୁଟିଲା ବୋମା । ଭୁବନେଶ୍ବର ଜଗନ୍ନାଥ ନଗରରେ ୨ଟି ବୋମାମାଡ ହୋଇଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବା ବେଳେ ସ୍ଥାନୀୟ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ବୋମମାଡ଼ କରିଛି । ଏହା ପଛରେ କାରଣ କଣ ? ପୂର୍ବଶତ୍ରୁତା ନା ଆଉ କଣ । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

Leave A Reply

Your email address will not be published.