ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ: ସମ୍ପନ୍ନ ହେଲା ଚକ ଅଖ ଡ଼େରା ନୀତି

0 71

ପୁରୀ ୨୨.୦୫ : ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ। ଏହି ଅବସରରେ ପୁରୀରେ ଚକ ଅଖ ଡ଼େରା ନୀତି ସମ୍ପନ୍ନ ହୋଇଛି। ତିନୋଟି ରଥର ତିନୋଟି ଅଖ ସହିତ ୬ଟି ଚକ ସଂଯୋଗ କରାଯାଯାଇଛି। ଚକ ଅଖ ଡେରା ନୀତି ସମ୍ପନ୍ନ ପରେ ରଥଖଳାରେ ଆଜ୍ଞାମାଳ ପହଞ୍ଚିବା ପରେ ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ଚକ ସଂଯୋଗ କରାଯାଇଥିଲା। ପ୍ରତ୍ୟେକ ରଥର ୨ ଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥିବା ବେଳେ ଆଗକୁ ସମୁଦାୟ ୪୨ଟି ଚକ ଓ ୨୧ ଟି ଅଖର କାର୍ଯ୍ୟ ଆରମ୍ଭ କରାଯିବ। ପରମ୍ପରା ଅନୁଯାୟୀ ଆଜି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ଡାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣାମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା।

Leave A Reply

Your email address will not be published.