ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା

0 68

ଏଥର ଭକ୍ତଙ୍କ ଗହଣରେ ହେବବିଶ୍ୱ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବାପ୍ରଥମସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଗତଦୁଇବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା ।ତେଣୁଚଳିତବର୍ଷଭକ୍ତଙ୍କଗହଣରେରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳଭକ୍ତଙ୍କସମାଗମହେବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ଦିନ୧୫ ଲକ୍ଷ ଭକ୍ତଙ୍କସମାଗମ ନେଇ ଆକଳନ କରାଯାଉଛି ।ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ସହରରେ ଲାଗିବବ୍ୟାପକସିସିଟିଭି । ସେହିରି ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥାଉପରେ ମଧ୍ୟଆଜିର ଏହି ସମନ୍ୱୟ ବୈଠକରେ ଆଲୋଚନାହୋଇଛି । ଚଳିତ ରଥଯାତ୍ରାରେ ନିୟୋଜିତ ହେବେ ୨୦୦ରୁଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ।ଆଇନଶୃଙ୍ଖଳାଦୃଷ୍ଟିରୁ୧୦୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବ ।ତେବେ ଆଜିର ଏହି ବୈଠକରେ ରଥକାଠ, କନା ଓ ଦଉଡ଼ିଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ୍ୟ, ପରିମଳ ଓ ଗମନାଗମନ ଆଦିପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସେହିରି ଚଳିତ ବର୍ଷସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇବର୍ଷ ପରେଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ

Leave A Reply

Your email address will not be published.