କଟକ : କଟକ ଏସ ସି ବି ମେଡିକାଲ କଲେଜରେ ପୁଣି ବୃଦ୍ଧି ପାଇବାରେ ଲାଗିଛି ଦଲାଲ ରାଜ । ଯାହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଅଣ୍ଟା ଭିଡ଼ିଛି କଟକ କମିଶନରେଟ ପୋଲିସ। କଟକ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି ପାଞ୍ଚ ଜଣ ଦଲାଲ ଙ୍କୁ। କଟକ ବଡ ମେଡିକାଲର ଠିକା ସଂସ୍ଥା ମଂଜୁଶ୍ରୀ ଅଧୀନରେ ରେଡିଓଲୋଜି ବିଭାଗ ରେ ଏହି ପାଞ୍ଚ ଜଣ କାର୍ଯ୍ୟ କରୁଥିଲେ। ସମସ୍ତେ ରେଡିଓ ଲୋଜି ରେ କାର୍ଯ୍ୟ ବିଭାଗରେ କାର୍ଯ୍ୟ କରିବା ସହ ରୋଗୀ ମାନଙ୍କୁ ଘରୋଇ ମେଡିକାଲ କୁ ପଠାଇବା ପାଇଁ ଦଲାଲଗିରି କରୁଥିଲେ। ଯାହାର ସୁରାକ ପାଇ ଏମାନଙ୍କୁ ଧରିଛି କଟକ ମଙ୍ଗଳାବାଗ ଥାନା ପୋଲିସ। ଏମାନେ କେଉଁ ସ୍ଥାନକୁ ରୋଗୀ ଚାଲାଣ କରୁଥିଲେ ଓ କେଉଁମାନେ ଏମାନଙ୍କର ସହ ସମ୍ପୃକ୍ତ ଅଛନ୍ତି ତାହାର ଖୋଲତାଡ଼ ଜାରି ରହିଥିବା ବେଳେ ଯଦି ଏପରି ଘଟଣା ନଜରକୁ ଆସେ ତେବେ ତୁରନ୍ତ ପୋଲିସ କୁ ଜଣାଇବା ପାଇଁ ଜନସାଧାରଣ ଙ୍କୁ ଅପିଲ କରିଛନ୍ତି କଟକ ଡ଼ିସିପି ପିନାକ ମିଶ୍ର।