ଆସିପାରେ କରୋନାର ଚତୁର୍ଥ ଲହର ଭାରତରେ ଓମିକ୍ରନ୍ର ବିଏ.୪ ଓ ବିଏ.୫

0 66

କରୋନା ସଂକଟରେ ବିଶ୍ୱ ଯୁଝୁଥିବା ବେଳେ ୩ ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି । ଟାମାଟୋଫ୍ଲୁ, ହେପାଟାଇଟିସ୍ ଏବଂ ମଙ୍କିକ୍ସ ଯୋଗୁବିଶ୍ୱରେ ଆତଙ୍କ ଦେଖାଦେଇଛି । ୫ବର୍ଷରୁ କମ୍ ବର୍ଷର ଶିଶୁଙ୍କଠାରେ ଟମାଟୋ ଫ୍ଲୁ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଏଥିଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କିଛିଦିନ ସାରାବିଶ୍ୱରେ ପିଲାଙ୍କଠାରେ ହେପାଟାଇଟିସ୍ ସଂକ୍ରମଣ ଦେଖାଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆମେରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)ଏବଂ ବ୍ରିଟେନ୍‌ର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଏଥି ନେଇ ସତର୍କ ସୂଚନା ଜାରି କରିଛି । ମଙ୍କିପକ୍ସ ଏବେ୧୪ଟି ଦେଶରେ କାୟାବିସ୍ତାର କରୁଛି । ଭାରତରେ ପୁଣିଥରେ ଭୟଙ୍କର ରୂପ ନେଇପାରେ କରୋନା ମହାମାରୀ । ଆସି ପ।ରେ ଚତୁର୍ଥ ଲହର । ଭାରତରେ ଓମିକ୍ରନ୍ର ସବୁ ଭାରିଏଣ୍ଟ  ବିଏ.୪ ଓ ବିଏ.୫ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଏହି ଭୂତାଣୁରେ ଦେଶର ତିନି ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ତିନି ଜଣଙ୍କମଧ୍ୟରେ ତାମିଲନାଡୁର ଜଣେ ଓତେଲଙ୍ଗାନାର ଦୁଇଜଣ ଅଛନ୍ତି । ଓମିକ୍ରନର ସବ୍‌ଭାରିଏଣ୍ଟ ବିଏ.୪ ଓ ବିଏ.୫ ବେଶ୍ ଦ୍ରୁତଗତିରେ ବ୍ୟାପୁଛି । ଏହି ଦୁଇ ସବ୍ ଭାରିଏଣ୍ଟ ସବୁଠୁ ଅଧିକ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଛି । ତାମିଲନାଡୁରେ ଜଣେ ୧୯ବର୍ଷୀୟ ଯୁବକ ବିଏ.୪ ସବ୍ ଭାରିଏଣ୍ଟରେ ଆକ୍ରନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ଉକ୍ତ ଯୁବକଙ୍କଠାରେ କରୋନାର ହାଲୁକା ଲକ୍ଷଣ ଦେଖାଦେଇଛି । ଏଥିସହ ସେ କରୋନା ଟିକାର ଦୁଇଟିଡୋଜ୍‌ ମଧ୍ୟ ନେଇସାରିଛନ୍ତି । ସଂକ୍ରମିତ ଯୁବକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ବୋଲି ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସକନ୍ସୋରଟିୟମ କହିଛି । ଏହା ପୂର୍ବରୁ ହାଇଦ୍ରାବାଦ ବିମାନବନ୍ଦରରେ ଜଣେ ଦକ୍ଷିଣଆଫ୍ରିକାର ନାଗରିକ ଓମିକ୍ରନ ବିଏ.୪ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ । ଏହି ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରୁ ହାଇଦ୍ରାବାଦ ଆସିଥିଲେ ।

Leave A Reply

Your email address will not be published.