ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

0 83

ଖୋର୍ଦ୍ଧା ୩।୬: ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ପ୍ଲାଟଫର୍ମ ନଂ ୨ର ପାର୍ସଲ ଅଫିସ ପଛପଟେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ନିଆଁକୁ ଆରପିଏଫ୍ ଏବଂ ରେଲୱେର ବିଦ୍ୟୁତ କର୍ମଚାରୀ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ କେବଳ ବିଦ୍ୟୁତ ତାର ଜଳିଛି । ତେବେ ବର୍ତ୍ତମାନ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ପରିସ୍ଥିତି ସ୍ବାଭାବିକ ରହିଛି।

Leave A Reply

Your email address will not be published.