ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ; ୟୁନିଟ-୪ ଅଞ୍ଚଳର ଚିହ୍ନଟ ହେଲେ ୨ ଜଣ ଆକ୍ରାନ୍ତ

0 80

ଭୁବନେଶ୍ୱର ୦୩.୦୬: କରୋନା, ଟମାଟୋ ଫ୍ଲୁ, ମକିପକ୍ସ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯଦିଓ ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ ସ୍ୱାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ, ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରେ ଥିବା ଏକ ଘରୋଇ ମେଡ଼ିକାଲରେ ଦୁଇ ସ୍ୱାଇନ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳ ଜଣେ ପୁରୁଷ ୩୭ ବର୍ଷୀୟ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟ ମହିଳା ରହିଛନ୍ତି। ଏନେଇ ସୂଚନା ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଦେଇଛନ୍ତି । ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ସାଧାରଣତଃ ପ୍ରାକ୍ ମୌସୁମୀ ଓ ଶୀତଦିନେ ସ୍ୱାଇନ ଫ୍ଲୁ ଦେଖାଦେଇଥାଏ । ତେବେ ଦୁଇ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।

Leave A Reply

Your email address will not be published.