ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ପରଲୋକ ||

0 75

କିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନର ଅସୁସ୍ଥତା ପରେ ଶୁକ୍ରାବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ମୁସାରଫ ୨୦୦୧ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ଏହା ପୂର୍ବରୁ ସେ ପାକିସ୍ତାନ ସେନାର ମୁଖ୍ୟ ପଦବୀରେ ଅବସ୍ଥାପିତ ଥିଲେ ।
ମିଳିଥିବା ସୂଚନା ମୁତାବକ କର୍କଟ ଓ ହୃଦରୋଗ କାରଣରୁ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା ।
ସେପଟେ ପାକିସ୍ତାନ କୋର୍ଟ ପରଭେଜଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିଲା । ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ପେଶାୱର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବକାର ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ବିଶେଷ ଅଦାଲତର ୩ ଜଣିଆ ପୀଠ ଏଭଳି ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ୨୦୦୭ ନଭେମ୍ବର ୩ ତାରିଖରେ ଦେଶରେ ଇମରଜେନ୍ସି ଲଗାଇବା ଓ ଡିସେମ୍ବର ୨୦୦୭ ରେ ସମ୍ବିଧାନକୁ ନିଲମ୍ବିତ କରିବା ଦୋଷରେ ମୁସାରଫଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.