୪ରୁ ୫ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ

0 75

ଭୁବନେଶ୍ୱର – ରଜରେ ଭିଜିବ ସାରା ଓଡ଼ିଶା । ଆସନ୍ତା ୪ରୁ ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ମୌସୁମୀ ବାୟୁ ଓଡିଶା ପହଂଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି । ଏଥିପାଇଁ ପାଗ ଅନୁକୂଳ ରହିଛି । ରାଜ୍ୟରେ ପ୍ରାକ-ମୌସୁମୀ ର ପ୍ରଭାବ ଆରମ୍ଭ ହୋଇଯାଇଛି । ଫଳରେ ତାତିରୁ ତ୍ରାହି ମିଳିବା ସହ ଗୁଳୁଗୁଳି ମଧ୍ୟ ହ୍ରାସ ପାଇଛି । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ।

Leave A Reply

Your email address will not be published.