ଖାଇବା ତେଲ ଦର ୯% ହ୍ରାସ

0 81

ନୂଆଦିଲ୍ଲୀ ୧୨ ।୬: ଦରବୃଦ୍ଧିରୁ କିଛିଟା ଆଶ୍ୱସ୍ତି ମିଳିଛି । ଗତ ମାସ ଘରୋଇ ବଜାରରେ ଖାଇବା ତେଲ ଦାମ ୯% ହ୍ରାସ ଘଟିଛି । ଚଳିତ ମାସ ଏଥିରେ ଆହୁରି ହ୍ରାସ ସମ୍ଭାବନା ରହିଛି ।ଅନ୍ତର୍ଜାତୀୟ ବଜାରରେ ଯୋଗାଣ ବୃଦ୍ଧି ଯୋଗୁ ଘରୋଇ ବଜାରରେ ତେଲ ଦର କମୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଗତ ମାସ ଅନ୍ତର୍ଜାତୀୟ ବଜାରରେ ସୂର୍ଯ୍ୟମୁଖୀ, ସୋରିଷ ତେଲ ଏବଂ ନଡ଼ିଆ ତେଲ ଦାମ ୨ରୁ ୧୩.୫% ଖସିଛି । ସୋୟାବିନ ତେଲ ଦାମ ସ୍ଥିର
ରହିଛି ଏବଂ ପାମ୍ ଅଏଲ୍‌ରେ ସାମାନ୍ୟ ବୃଦ୍ଧି ଘଟିଛି । ଏହା ମଧ୍ୟରେ ଘରୋଇ ବଜାରରେ ସୂର୍ଯ୍ୟମୁଖୀ ତେଲକୁ ଛାଡ଼ି ଅନ୍ୟ ସମସ୍ତ ଖାଇବା ତେଲ ଖୁଚୁରା ଦର ୨ରୁ ୯% ହ୍ରାସ ଘଟିଛି ।

Leave A Reply

Your email address will not be published.