ଲିଚୁର ସାଇଡ୍ ଇଫେକ୍ଟ: ହୋଇପାରେ ମାରାତ୍ମକ

0 69

ଗରମ ଦିନ ଆସିଲେ ଲିଚୁର ଆଗମନ ମଧ୍ୟ ଆରମ୍ଭ ହୋଇଯାଏ । ଅଧିକାଂଶ ଲୋକ ଲିଚୁ ଖାଇବାକୁ ଭଲ ପାଆନ୍ତି । ସେ ଏହାକୁ ଭିନ୍ନ ଭିନ୍ନ ରୂପ ଦେଇ ମଧ୍ୟ ଖାଇଥା\’ନ୍ତି । କେହି କେହି
ଏଥିରୁ ଜୁସ୍ ତିଆରି କରନ୍ତି ଏବଂ କିଛି ଏଥିରୁ ସ୍ମୁଦି ତିଆରି କରି ଖାଇଥା’ନ୍ତି । କିନ୍ତୁ ପାଟିକୁ
ସୁଆଦିଆ ଲାଗୁଥିବା ଏହି ଲିଚୁର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ । ଆବଶ୍ୟକତାଠାରୁ
ଅଧିକ ଲିଚୁ ଖାଇବା ଦ୍ୱାରା ଆପଣ ମାରାତ୍ମକ ରୋଗରେ ପଡିପାରନ୍ତି ।ଖାଲି ପେଟରେ ଲିଚୁ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ବିଶେଷ ରୂପେ କ୍ଷତିକାରକ । ଏଥିରେ ମିଥାଇଲନ୍‌
ସାଇକ୍ଲୋପ୍ରୋପିଲ୍‌-ଗ୍ଲାଇସିନ୍ ଥାଏ । ଏହା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଏବଂ ପେଟର ଅମ୍ଳତା, ଫୁଲିବା ଏବଂ ଗ୍ୟାସ୍ ସୃଷ୍ଟି କରିଥାଏ । ଅତ୍ୟଧିକ ଲିଚୁ ଖାଇବା ଦ୍ୱାରା ବ୍ଲଡ ସୁଗାର ଲୋ’ ହୋଇପାରେ । ଲିଚୁରେ ଥିବା ସାଇକ୍ଲୋପ୍ରୋପିଲ୍‌ଗ୍ଲାଇସିନ୍ ବ୍ଲଡ ସୁଗାର ଲୋ’ କରିବାରେ କାମ କରିଥାଏ । ଏଭଳି ଅନେକ ଫଳ ରହିଛି ଯାହାକୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇଥାଏ । ସେହି ଫଳ ମଧ୍ୟରୁ ଗୋଟିଏ ହେଉଛି ଲିଚୁ । ଲିଚୁରେ ଲୁଚି ରହିଥିବା
ମାଇକ୍ରୋବସ୍ ଫୁଡ୍ ପଏଜନିଂ ଏବଂ ଆଲର୍ଜି ସୃଷ୍ଟି କରିପାରେ । ଏହାକୁ ଖାଇବା ଦ୍ୱାରା ପେଟ
ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଲିଚୁରେ ଥିବା ବିଷାକ୍ତ ପଦାର୍ଥ ଆକ୍ୟୁଟ୍‌ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ସୃଷ୍ଟି କରେ, ଯାହା ସ୍ଥାନୀୟ ଭାବରେ ମସ୍ତିଷ୍କ ଜ୍ୱର ବା ମେନିଞ୍ଜାଇଟିସ୍ ଭାବରେ ଜଣାଶୁଣା । ଡାକ୍ତରଙ୍କ କହିବା ମୁତାବକ, ଛୋଟ ପିଲାମାନେ ଲିଚୁ ନ ଖାଇବା ଭଲ । ଲିଚୁର ଉପାଦାନଗୁଡ଼ିକ ପିଲାମାନଙ୍କ ଶରୀରରେ ସଂକ୍ରମଣ ସୃଷ୍ଟି କରିପାରେ । ଏହା ଦ୍ୱାରା ହଠାତ୍‌ ପେଟ ଯନ୍ତ୍ରଣା ଏବଂ ଶରୀରରେ ଲାଲ ରଙ୍ଗର ଦାଗ ସୃଷ୍ଟି କରିପାରେ । ତେଣୁ, ଛୋଟ ପିଲାମାନଙ୍କୁ ଲିଚୁ ଜୁସ୍ ଦିଅନ୍ତୁ, କିନ୍ତୁ ଲିଚୁ ଖାଇବାକୁ ଦିଅନ୍ତୁ ନାହିଁ ।

Leave A Reply

Your email address will not be published.