ଗ୍ରୀଷ୍ମ କାଳୀନ ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦଯାପିତ

0 72

କଟକ: କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ଭକ୍ତମଧୁ ବିଦ୍ୟାପୀଠ ଖେଳପଡ଼ିଆରେ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଭଦ୍ରକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ହ୍ୟାଣ୍ଡବଲ କୋଚ୍ ମନୋଜ କୁମାର ଦାସ, ସମ୍ମାନୀୟ ଅତିଥି କଟକ ଜିଲ୍ଲା କ୍ରୀଡ଼ାଭାରତୀ ସମ୍ପାଦକ ତୁଷାର ସିଂ,ଜିଲ୍ଲା ସଭାପତି ପାର୍ଥ ସାରଥୀ ସାମନ୍ତରାୟ,ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଅଞ୍ଜଳି ଦାସ,ଶାରୀରିକ ଶିକ୍ଷା ଶିକ୍ଷକ ଚନ୍ଦ୍ରଭାନୁ ନାୟକ,ମୋଯେସ ବେହେରା,ଲିଙ୍ଗରାଜ ପୃଷ୍ଟି, ଶେଖର ଚନ୍ଦ୍ର ଦାସ, ଚିତ୍ତ ରଞ୍ଜନ ପାଇକ,ଏସ ଡି ରେହେମାନ, ଅର୍ଜିତ ପରିଜା ପ୍ରମ୍ମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.