ଅର୍ଶାତୁଲା-କୁଡିଆମୁଣ୍ଡା ଗାଁରେ କିଡ୍‌ନୀ ରୋଗ ଆତଙ୍କ

0 83

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା, କୁଡିଆମୁଣ୍ଡା ଗାଁ ସହ ଅନେକ ଗାଁରେ କିଡନି ରୋଗ କାୟା ବିସ୍ତାର କରିଛି । ଗାଁରେ ଅନେକ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ କିଛି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଖବର ପ୍ରକାଶିତ ହେବା ପରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ଅମଜତ ଖାଁ ଏହି ଗାଁକୁ ପହଞ୍ôଚଥିଲେ । ଗାଁରେ ଥିବା କିଡନି ରୋଗୀ ମାନଙ୍କ ସ୍ୱ୍ୟାସ୍ଥ ଅବସ୍ଥା ବୁଝିବା ସହ ସେମାନେ ବର୍ତ୍ତମାନ ସମୟରେ କେଉଁ ଔଷଧ ସେବନ କରୁଛନ୍ତି ଟିକିନିଖୀ ବୁଝିଥିଲେ । କିଛି ରୋଗୀଙ୍କୁ ଡାକ୍ତରଙ୍କ ପରିଚିତ ଘରୋଇ ବଡ ଡାକ୍ତରଖାନାରେ କେମିତି ମାଗଣା ଚିକିତ୍ସା କରାଯିବ ସେନେଇ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଡାକ୍ତର ଅମଜତ ଖାଁ ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପୁଅ ହୋଇଥିବା ବେଳେ ସେ
ହାଇଦ୍ରାବାଦ, ବେଙ୍ଗାଲୁରୁ ଭଲି ବଡ ଡାକ୍ତରଖାନାରେ କିଡନି ରୋଗ ବିଶେଷଜ୍ଞ ଭାବେ କାମ କରିସାରିଛନ୍ତି । ପୂର୍ବତନ ବିଧାୟକ ଆୟୁବ ଖାଁ ଅଞ୍ଚଳର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ପରିବାରରୁ ୪ ଜଣ ସଦସ୍ୟ ଡାକ୍ତର ଅଛନ୍ତି |

Leave A Reply

Your email address will not be published.