ଏଣିକି ଔଷଧରେ ରହିବ କ୍ୟୁଆର କୋଡ୍‌

0 69

ନୂଆଦିଲ୍ଲୀ,୧୯ା୬ : ନକଲି ଔଷଧ କାରବାର ଆଗକୁ କଷ୍ଟକର ହେବ । ଔଷଧ ତିଆରିରେ ବ୍ୟବହୃତ ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ୍ ଉପାଦାନ ଉପରେ କ୍ୟୁଆର କୋଡ୍ ଲଗାଇବାକୁ ସରକାର
ବାଧ୍ୟତାମୂଳକ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଡ୍ରଗ୍ ପ୍ରାଇସିଙ୍ଗ୍ ଅଥରିଟି ମଧ୍ୟ ୩୦୦ ଔଷଧ ଉପରେ କ୍ୟୁଆର କୋଡ୍ ରଖିବା ପାଇଁ ପ୍ରସ୍ତୁତି ଚଳାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଔଷଧ ମୂଲ୍ୟରେ ସ୍ୱଚ୍ଛତା ଆଣିବ ଏବଂ କଳା ମାର୍କେଟିଂକୁ ବନ୍ଦ କରିବ । କ୍ୟୁଆର କୋଡ୍ ପାଇଁ ମନୋନୀତ ହୋଇଥିବା ଔଷଧ ଗୁଡ଼ିକରେ ପେନ୍ କିଲର, ଭିଟାମିନ୍‌, ମଧୁମେହ ଏବଂ ଉଚ୍ଚ ରକ୍‌ତଚାପ ଓ ଗର୍ଭନିରୋଧକ ଔଷଧ ଅନ୍ତର୍ଭୁକ୍‌ତ । ନକଲି ଔଷଧକୁ ପ୍ରକୃତ ନାମରେ ବିକ୍ରି
ନକରିବା ପାଇଁ ସରକାର ଅତ୍ୟାବଶ୍ୟକ ଔଷଧ ଉପରେ କ୍ୟୁଆର କୋଡ୍ ରଖିବା ବାଧ୍ୟତାମୂଳକ କରିଛନ୍ତି । ୨୦୧୯ ରେ ଡ୍ରଗ୍ସ ବୈଷୟିକ ପରାମର୍ଶଦାତା ବୋର୍ଡ ଦେଇଥିବା ଏହି ବ୍ୟବସ୍ଥାର ଅନୁମୋଦନ ପରେ ଏହା ବର୍ତ୍ତମାନ କାର୍ଯ୍ୟକାରୀ ହେବ । ମେଡିସିନ୍‌ ପ୍ୟାକେଟ୍ ଏବଂ ରାପର ବାରକୋଡ୍‌ ଉପଲବ୍ଧ ନହେବା କାରଣରୁ ଅଧିକ ସୂଚନା ଉପଲବ୍ଧ ହେଉନଥିଲା । ଏଥି ସହିତ, ଡ୍ରଗ୍ସ ବିଭାଗର ଯାଞ୍ଚରେ ନମୁନା ଭାବରେ ନିଆଯାଇଥିବା ଔଷଧର ରିପୋର୍ଟ ମଧ୍ୟ ଦୀର୍ଘ ସମୟ ମଧ୍ୟରେ ଆସିଥାଏ । ବର୍ତ୍ତମାନ ନୂତନ ପ୍ୟାକିଂରେ କ୍ୟୁଆର କୋଡ୍ ପ୍ରବେଶ
କରି ନକଲି ଔଷଧ ଚିହ୍ନଟ କରିବା ସହଜ ହେବ । ଜାତୀୟ ଔଷଧ ମୂଲ୍ୟାୟନ
କର୍ତ୍ତୃପକ୍ଷ(ଏନ୍‌ପିପିଏ) ୩୦୦ ଔଷଧକୁ ଚିହ୍ନଟ କରିଛି, ଯେଉଁଥିରେ ପେନ୍ କିଲର, ଗର୍ଭନିରୋଧକ, ଭିଟାମିନ୍‌, ରକ୍‌ତ ସର୍କରା ଏବଂ ଉଚ୍ଚ ରକ୍‌ତଚାପ ମେଡିସିନ୍‌ ରହିଛି ।ଡୋଲୋ, ଆଲେଗ୍ରା, ଆସ୍ଥାଲିନ୍‌, ଅଗ୍‌ମେଣ୍ଟିନ୍‌, ସାରିଡୋନ୍‌, ଲିମ୍‌ସି, କାଲ୍‌ପୋଲ୍‌, କୋରେକ୍ସ, ଥାଇରୋନର୍ମ, ଅନ୍‌ୱାଣ୍ଟେଡ୍ ୭୨ ଆଦି ଲୋକପ୍ରିୟ ବ୍ରାଣ୍ଡଗୁଡ଼ିକ ତାଲିକାରେ ରହିଛି ।
ବାର୍ଷିକ ବ୍ୟବସାୟକୁ ଆଖି ଆଗରେ ରଖି ବିକ୍ରି ବହୁଳ ବ୍ରାଣ୍ଡଗୁଡ଼ିକୁ ଚିହ୍ନଟ
କରାଯାଇଛି । ଜୁନ୍ ୧୪ରେ ଏକ ବିଜ୍ଞପ୍ତି ଜାରି କରି ସ୍‌ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଛି ଯେ,
ଔଷଧ ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଔଷଧର ପ୍ରାଇମେରୀ ପ୍ୟାକେଜିଂ ଲାବେଲ ଏବଂ ସେକେଣ୍ଡାରୀ ପ୍ୟାକେଜିଂ ଲାବେଲ୍‌ରେ କ୍ୟୁଆର କୋଡ୍‌କୁ ସ୍ଥାନିତ କରିବେ । ଏଥିରେ
ପ୍ରଡକ୍ଟ ଆଇଡେଣ୍ଟିଫିକେସନ୍ କୋଡ୍‌, ଔଷଧର ନାଁ, ବ୍ରାଣ୍ଡ ନାଁ ଏବଂ ନିର୍ମାତାଙ୍କ ଠିକଣା, ବ୍ୟାଚ୍ ନମ୍ବର, ଉତ୍ପାଦନ ତାରିଖ, ଏକ୍ସପାୟରୀ ତାରିଖ ଏବଂ ଉତ୍ପାଦନ ଲାଇସେନ୍ସ
ନମ୍ବର ଆଦି ତଥ୍ୟ ରହିବ । ଫୋନରୁ କ୍ୟୁଆର କୋଡ୍ ସ୍କାନ୍ କରିବା ପରେ ଏଥିରେ ପ୍ରଡକ୍ଟ ଆଇଡେଣ୍ଟିଫିକେସନ୍ କୋଡ୍‌, ଔଷଧର ନାଁ, ବ୍ରାଣ୍ଡ ନାଁ ଏବଂ ନିର୍ମାତାଙ୍କ ଠିକଣା, ବ୍ୟାଚ୍ ନମ୍ବର, ଉତ୍ପାଦନ ତାରିଖ, ଏକ୍ସପାୟରୀ ତାରିଖ ଏବଂ ଉତ୍ପାଦନ ଲାଇସେନ୍ସ ନମ୍ବର ଆଦି ତଥ୍ୟ ରହିବ । ନକଲି ଔଷଧ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯିବ । ସରକାର ଜ୍ୱର, କାଶ, ଯନ୍ତ୍ରଣାରୁ ମୁକ୍ତି, ଭିଟାମିନ୍ ସହିତ ଅନେକ ଔଷଧ ଉପରେ କ୍ୟୁଆର କୋଡ୍ ବାଧ୍ୟତାମୂଳକ କରିଛନ୍ତି । ଏହି ବ୍ୟବସ୍ଥା ନୂଆ ପ୍ୟାକିଂରେ ଆସିବାକୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବିଶ୍‌ୱ ବଜାରରେ ବିକ୍ରି ହେଉଥିବା ପ୍ରାୟ ୩୫% ନକଲି ଔଷଧ ଭାରତରୁ ଆସୁଛି ।

Leave A Reply

Your email address will not be published.