ସୋରିଷ ତେଲର ଚମତ୍କାର ଫାଇଦା

0 82

ମହିଳାମାନେ ଦିନସାରା କାମରେ ବ୍ୟସ୍ତ ରହିଥାନ୍ତି । ତେଣୁ ସେମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଶୋଇବା ପୂର୍ବରୁ କେବଳ ୫ ମିନିଟ୍ ସମୟ ନେବାକୁ ପଡିବ । ଏହି ପ୍ରତିକାର ପାଇଁ ଆପଣଙ୍କୁ ସୋରିଷ ତେଲ ଆବଶ୍ୟକ । ଏହି ତେଲରେ ଭିଟାମିନ୍‌, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଆଇରନ୍‌ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏଥିରେ ଶରୀରକୁ
ମାଲିସ୍ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉତ୍ତତି ହୋଇଥାଏ । ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ । ବିଶେଷକରି ଶୋଇବା ପୂର୍ବରୁ ପାଦର ତଳ ଏବଂ ନାଭିରେ ସୋରିଷ ତେଲକୁ ମାଲିସ୍‌ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପାଦ ତଳେ ମସାଜ୍‌
କରିବାର ଫାଇଦା: ଶୋଇବା ପୂର୍ବରୁ ପାଦକୁ ଥଣ୍ଡା କିମ୍ବା ଉଷୁମ ସୋରିଷ ତେଲରେ ୫ ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌ ଭାବରେ ହୋଇଥାଏ । ଦୃଷ୍ଟି ଶକ୍ତି
ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଦିନର ଥକ୍କା, ଯନ୍ତ୍ରଣା, ଚାପ ଦୂର ହୋଇ ଭଲ ନିଦ
ହୋଇଥାଏ । ମାଂସପେଶୀ ଏବଂ ହାଡ ଶକ୍ତିଶାଳୀ ହୋଇଥାଏ । ଏହିପରି, ଗଣ୍ଠି ଏବଂ ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶୋଇବା ପୂର୍ବରୁ ପାଦର ତଳକୁ ସୋରିଷ ତେଲରେ ମାଲିସ୍ କରିବା ଦ୍ୱାରା ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ନାଭିରେ ମସାଜ କରିବାର ଫାଇଦା: ଶୋଇବା ପୂର୍ବରୁ ସୋରିଷ ତେଲରେ ନାଭିକୁ ମାଲିସ୍ କରନ୍ତୁ । ଏହା ଓଠର ଫାଟିବା ସମସ୍ୟାକୁ ଦୂର କରିଥାଏ ଏବଂ ନରମ ଆଉ ଗୋଲାପୀ ଓଠ ଦେଇଥାଏ । ଏହା ହଜମକୁ ଉନ୍ନତ କରିଥାଏ ଏବଂ ପେଟ ଯନ୍ତ୍ରଣା ଏବଂ ଆନୁଷଙ୍ଗିକ ସମସ୍ୟାରୁ ମୁକ୍ତି ଦେଇଥାଏ ।

Leave A Reply

Your email address will not be published.