ପୂର୍ବପରି ଚଳାଚଳ କରିବ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍, ଜିଲାବାସୀଙ୍କ ପକ୍ଷରୁ ସାଂସଦ, କେନ୍ଦ୍ର ରେଳମନ୍ତ୍ରୀ ଓ ରେଲୱେ ବୋର୍ଡ ଅଧ୍ଯକ୍ଷଙ୍କୁ କୃତଜ୍ଞତା ଜ୍ଞାପନ

0 68

ଭଦ୍ରକ – ଦୀର୍ଘବର୍ଷ ଧରି ଭଦ୍ରକ-ଭୁବନେଶ୍ବର ମଧ୍ଯରେ ଚଳାଚଳ କରୁଥିବା ଡିଏମ୍ୟୁ/ମେମୁ ଟ୍ରେନ୍ କରୋନା କଟକଣା ପରେ ପରେ ବାଲେଶ୍ବରବାସୀଙ୍କ ଅନୁରୋଧ କ୍ରମେ ଏହା ବାଲେଶ୍ବରକୁ ସମ୍ପ୍ରସାରିତ ହୋଇଥିଲା। କିନ୍ତୁ ବାଲେଶ୍ବର ଷ୍ଟେସନରୁ ବାହାରି ଭଦ୍ରକ ଷ୍ଟେସନ ପହଞ୍ଚିଲା ବେଳକୁ ପ୍ରାୟ ସମସ୍ତ ବାରଟି ବଗି ଯାତ୍ରୀମାନଙ୍କ ପୂର୍ଣ୍ଣ ହୋଇଯାଇଥାଏ। ଫଳରେ ଭଦ୍ରକରୁ ଚଢୁଥିବା ଯାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥାଏ। ଭଦ୍ରକ ଷ୍ଟେସନ ହେଉଛି ତିନୋଟି ଜିଲ୍ଲା ଯଥା ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡା ଅଂଚଳର ଶହ ଶହ ଯାତ୍ରୀ ଭଦ୍ରକରୁ କଟକ ଭୁବନେଶ୍ବର ଯାଇଥାଆନ୍ତି। ସେଥିମଧ୍ଯରୁ ସରକାରୀ ଚାକିରିଆ, ରୋଗୀ, ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ଅଧିକ ନିଜ ନିଜ କାର୍ଯ୍ୟରେ ଏହି ଟ୍ରେନ୍ଟିକୁ ଗମନାଗମନର ମୁଖ୍ୟ ମାଧ୍ଯମ ରୂପେ ବ୍ୟବହାର କରିଥାନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସଂଗଠନ ପ୍ରତିମାସ ରେଳରୋକ କରିଥାନ୍ତି। ଭଦ୍ରକବାସୀଙ୍କ ଏତାଦୃଶ ଅସୁବିଧାର ସମାଧାନ ପାଇଁ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ସଂସଦ ଭବନରେ କେନ୍ଦ୍ରମନ୍ରୀଙ୍କ ସହ ଆଲୋଚନା କରିଥିଲେ। ଏବଂ ଗତମାସ ୮ ତାରିଖରେ ସାଂସଦଙ୍କ ପୁଣି ଏକ ପତ୍ର ମାଧ୍ଯମରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନୂଆଦିଲ୍ଲୀ ସଂଚାର ଭବନ ଠାରେ କେନ୍ଦ୍ର ରେଳମନ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ରେଳଭବନରେ ରେଲୱେ ବୋର୍ଡର ଅଧ୍ଯକ୍ଷ ବିନୟ କୁମାର ତ୍ରିପାଠୀଙ୍କ ସହିତ ସାକ୍ଷାତ୍ କରି ଆଲୋଚନା କରିଥିଲେ। ଏହି ଆଲୋଚନାରେ ଡିଏମ୍ୟୁ /ମେମୁ ଟ୍ରେନ୍ ରେ ଅତିରିକ୍ତ ଚାରି/ପାଞ୍ଚଟି କୋଚ୍ (ବଗି) ସଂଖ୍ୟା ବୃଦ୍ଧି, ଭଦ୍ରକ କଟକ ପାସେଞ୍ଜର ଟ୍ରେନ୍କୁ ପୁନଃ ପ୍ରଚଳନ ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାହାନଗା, ସୋର, ସବିରା, ଭଦ୍ରକ, ରାଣୀତାଲ, ମାର୍କୋଣା, କେନ୍ଦୁଆପଦା, ବାଉଦପୁର, ମଂଜୁରି ରୋଡ୍ ଓ କପାଳି ରେଲୱେ ଷ୍ଟେସନର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତି ର୍ସମୟରେ ଖୁବଶୀଘ୍ର ପର୍ଯ୍ୟାୟକ୍ରମେ ଉକ୍ତ ଦାବୀ ଗୁଡିକ ପୂରଣ ହେବ ବୋଲି ମନ୍ରୀ ଏବଂ ରେଳବାଇର ଅଧ୍ଯକ୍ଷ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ତାହା ଖୁବ୍ ଶୀଘ୍ର ଡିଏମ୍ୟୁ ମେମୁ ଟ୍ରେନ୍ରେ ବଗି ସଂଖ୍ୟା ବାରୁ ଷୋହଳକୁ ବୃଦ୍ଧି ସହିତ ପୂର୍ବରୁ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍କୁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଭଦ୍ରକର ଜନସାଧାରଣ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ବିଭିନ୍ନ ବାଣିଜ୍ୟ ସଂଗଠନ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ, ରେଲୱେ ବୋର୍ଡର ଅଧ୍ଯକ୍ଷ ବିନୟ କୁମାର ତ୍ରିପାଠୀ, ସାଂସଦ ଶ୍ରୀମତୀ ମଣ୍ଡଳ ଓ ଧାମନଗର ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave A Reply

Your email address will not be published.