ପେଟିଏମ୍‌: ୩୮% ବୃଦ୍ଧି ପାଇଲା ଷ୍ଟକ୍‌

0 65

ନୂଆଦିଲ୍ଲୀ ୩୦/୬: ପେଟିଏମ୍‌ ଷ୍ଟକ୍ସରେ ରେକର୍ଡ ନିମ୍ନ ସ୍ତରରେ ସୁଧାର ଦେଖିବାକୁ ମିଳୁଛି । ସେୟାର ନିଜ ୫୨ ସପ୍ତାହର ନିମ୍ନରୁ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ପାଇଛି । ଷ୍ଟକ୍ ମେ ୧୨ ୨୦୨୨ରେ ୫୧୦ ଟଙ୍କାର ରେକର୍ଡ ଲୋ କରିଥିଲା । ବଜାରରେ ଲିଷ୍ଟିଂ ପରଠୁ ଷ୍ଟକରେ ଲଗାତର ହ୍ରାସ ପାଇଆସିଥିଲା । ସେୟାର ନିଜ ଲିଷ୍ଟିଂ ପ୍ରାଇସରୁ ପ୍ରାୟ ୭୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ତେବେ ସେଲ୍ସ ଗ୍ରୋଥ ଏବଂ ପ୍ରଫିଟ୍ ଟ୍ରେଣ୍ଡ ସୁଧାରିବା ଫଳରେ ରିକଭରୀ ଦେଖିବାକୁ ମିଳୁଛି । ଏକ୍ସପର୍ଟ୍ସ କୁହନ୍ତି କି ପେଟିଏମର ସେୟାର ୫୦୦ ଲେବଲରେ ଏକ ମଜଭୁତ ବେସ୍ ନିର୍ମାଣ ପରେ ବଟମ୍ ଆଉଟ୍ ହେଉଛି । ଏଠାରୁ ଷ୍ଟକରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ମଜଭୁତି ଦେଖିବାକୁ ମିଳିପାରେ । ସ୍ୱସ୍ତିକା ଇନଭେଷ୍ଟମାର୍ଟ ଲିମିଟେଡର ରିସର୍ଚ୍ଚ ହେଡ୍‌ ସନ୍ତୋଷ ମିଣା କୁହନ୍ତି କି ପେଟିଏମ୍ ଷ୍ଟକରେ ୫୦୦ ଲେବଲରେ ଏକ ମଜଭୁତ ବେସ୍ ପ୍ରସ୍ତୁତ ପରେ ବଟମ୍‌ ଆଉଟ୍ ହେଉଛି । ବର୍ତ୍ତମାନ ଷ୍ଟକରେ ସିମେଟ୍ରିକାଲ ଟ୍ରାଇଙ୍ଗଲ ଫର୍ମେଶନର ବ୍ରେକଆଉଟ୍‌ ନଜର ଆସୁଛି । ରେ ମଜଭୁତ ପଜିଟିଭ୍ ଡାଇଭର୍ସନ ରହିଛି । ମିଣା କୁହନ୍ତି କି ସେୟାର ଏବେ ୮୭୦/୯୯୦ ର ସ୍ତର ଦର୍ଶାଇପାରିବ । ପେଟିଏମର ସେୟାର ୨୮ ଜୁନ୍‌ ୨୦୨୨ରେ ୭୦୭ ଟଙ୍କାରେ ବନ୍ଦ ହୋଇଥିଲା । ଏହିଭଳି ସେୟାରରେ ଆଗକୁ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିପାରେ । ପେଟିଏମର ଷ୍ଟକ୍ସରେ ଲିଷ୍ଟିଂ ପରଠୁ ନିବେଶକଙ୍କୁ ନିରାଶ ହେବାକୁ ପଡିଥିଲା । କମ୍ପାନୀର ଷ୍ଟକ ଏହିଭଳି ସେୟାର ନିଜ ୧୯୫୫ ଟଙ୍କାର ଅଲ ଟାଇମ୍‌ ହାଇରୁ ଏବେ ବି ପ୍ରାୟ ୬୪ ପ୍ରତିଶତ ଡିସ୍କାଉଣ୍ଟରେ ରହିଛି ।
କମ୍ପାନୀର ସେୟାର ୧୮ ନଭେମ୍ବର ୨୦୨୧ରେ ସେୟାର ବଜାରରେ ଲିଷ୍ଟ ହୋଇଥିଲା । ଇସ୍ୟୁ ପ୍ରାଇସ ୨୧୫୦ ଟଙ୍କା ତୁଳନାରେ ଏହା ୧୯୫୫ ଟଙ୍କାରେ ଲିଷ୍ଟ ହୋଇଥିଲା, ଯାହା ରେକର୍ଡ ହାଇ । ଷ୍ଟକ ମେ ୧୨ରେ ୫୧୦ ଟଙ୍କାର ରେକର୍ଡ ନିମ୍ନ ସ୍ତରରେ ଥିଲା ।

Leave A Reply

Your email address will not be published.